Check to restrict your search with:
Menu

Vyāsa-pūjā 2025

Krishna Guru (Odisha (all) - India)

ପ୍ରିୟର ଗୁରୁ ମହାରାଜ,

କ୍ଷମା କରିବେ ଯଦି ମୁଁ ମୋ ମାତୃଭାଷା ରେ ଆପଣଙ୍କ ପାଖକୁ ପତ୍ର ଲେଖି ସମସ୍ତଙ୍କୁ ହଇରାଣ କରିଥାଏ l

ଦୟାକରି ଆପଣଙ୍କ ଚରଣ କମଳରେ ଏ ପତିତ ଆତ୍ମା ର ଦଣ୍ଡବତ ପ୍ରଣାମ ସ୍ୱୀକାର କରନ୍ତୁ l 

ସବୁ ମହିମା ଶ୍ରୀଳ ପ୍ରଭୁପାଦଙ୍କୁ l 

ସବୁ ମହିମା ଆପଣଙ୍କୁ l 

ଶ୍ରୀଳ ପ୍ରଭୁପାଦଙ୍କର ଜୟ ହେଉ l 

ଆପଣଙ୍କର ଜୟ ହେଉ l 

ଆଜିର ଏହି ଶୁଭ ଦିନରେ ଯାହା କି ଆପଣଙ୍କର ବ୍ୟାସ ପୂଜା ବା ଜନ୍ମଦିନ ରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି l ଆପଣଙ୍କୁ ନିତାଇ ଭଲ ରେ ରଖନ୍ତୁ l 

ଗୁରୁଦେବ ମୁଁ ଏତେ ପାପୀ ଯେ ଏକ ତୃଣ ଠାରୁ ବି ହୀନ ଅଟେ l ମୁଁ ଜାଣେନା କେମିତି ମୋର ହୃଦୟର କଥା ଆପଣଙ୍କୁ କହିବି, କହିବା ପାଇଁ ବହୁତ କିଛି ଅଛି ମାତ୍ର ଏ ପତିତ ଦ୍ୱାରା ତାହା ସମ୍ଭବ ନୁହେଁଁ ତେଣୁ ଆଶା କରୁଛି ମୁଁ ଯେତିକି ବି ଯାହା କିଛି ବି କହିବି ସେଥିରେ ଆପଣ ସବୁ କିଛି ବୁଝି ପାରିବେ ଓ ଏ ପତିତ ଜୀବତ୍ମା ଉପରେ ଗୋଟିଏ ଧୂଳିକଣା ସଦୃଶର କୃପା କରିବେ l

ମୁଁ କିଛି ଜାଣେନା ମାତ୍ର ଏତିକି ଜାଣିଛି ଯେ ଆପଣ କୃପା ର ସିନ୍ଧୁ ଅଟନ୍ତି ଠିକ୍ ନିତ୍ୟାନନ୍ଦ ଏବଂ ମହାପ୍ରଭୁଙ୍କ ଭଳି ଆଉ ଆପଣଙ୍କ କୃପାରେ ଏ ଭବ ସାଗର କୁ ମୋ ଭଳି ପତିତ ଆତ୍ମା ପାର୍ ହେଇପାରିବ l ଆପଣଙ୍କ କୃପା ବିନା କ'ଣ ବା ହେଇପାରିବ l ଆଜି ମୁଁ ଯଦି ଓ ଭଗବାନଙ୍କୁ ଜାଣିପାରିଛି ତାହା କେବଳ ଆପଣଙ୍କ ପାଇଁ l ମତେ ଆପଣଙ୍କ ଆକାଂକ୍ଷୀ ଶିଷ୍ୟା ର ପଦ ଦେଇ ଥିବାରୁ ମୁଁ ଆପଣଙ୍କ ପାଖେ ଚିର ନମସ୍ୟା l ମୋର କୌଣସି ଯୋଗ୍ୟତା ନ ଥାଇ ମଧ୍ୟ ଆପଣ ମୋ ଉପରେ କୃପା କଲେ l ଯୋଗ୍ୟତା ଠାରୁ ଅଧିକ ଦେଲେ ମତେ l ଆଉ ଗୋଟିଏ ବାପା ର କର୍ତ୍ତବ୍ୟ, ଭଲପାଇବା, ସ୍ନେହ ଇତ୍ୟାଦି ଜାଣିବାକୁ ସୁଯୋଗ ଦେଲେ l ଏ ଜୀବନରେ ବାକି ରହିଯାଇଥିବା ଜିନିଷ ଟିକୁ ଜାଣିବାକୁ ଦେଲେ l କେବଳ ଏତିକି ନୁହେଁଁ ଆହୁରି ବହୁତ କିଛି ବିଷୟରେ ମଧ୍ୟ l ଆପଣଙ୍କ ଦୟା ରୁ ବା କୃପା ରୁ ମୁଁ ବହୁ ଜିନିଷ ବିଷୟରେ ଜାଣିବାକୁ ପାଇଲି l ଭକ୍ତି ମାର୍ଗ ରେ କ'ଣ କରିବାକୁ ହେବ କ'ଣ ନାହିଁ ଇତ୍ୟାଦି ଇତ୍ୟାଦି l ଆଉ ମୋ ପରିବାର ଅଳ୍ପ ବହୁ ଯେତିକି ବି ସାହାଯ୍ୟ କରୁଛନ୍ତି ମତେ ଭକ୍ତି ମାର୍ଗ ରେ ସେହି ସବୁ ଓ ସେବା, ତ୍ୟାଗ ଏବଂ କୃପା ପାଇ ପାରିଲି କେବଳ ଆପଣଙ୍କ ପାଇଁ l ସତରେ ଆପଣ ଦୟା ଏବଂ କୃପା ର ସିନ୍ଧୁ ଅଟନ୍ତି l ନ ହେଲେ ମୋ ଭଳି ମଣିଷ କୁ ଅବା କାହିଁକି ଏତେ କୃପା କରିଥାନ୍ତେ ଆପଣ l ପ୍ରତ୍ୟେକ ଭକ୍ତ ବା ଶିଷ୍ୟ ମାନଙ୍କର ଦଣ୍ଡ ବା ଦୋଷ କୁ ହରଣ କରୁଛନ୍ତି ନିଜେ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ରେ ରହି ମଧ୍ୟ ଶ୍ରୀଳ ପ୍ରଭୁପାଦଙ୍କର ଓ ଭଗବାନଙ୍କର ସେବା କରି ଚାଲିଛନ୍ତି ଏବଂ ନିଜ ଶିଷ୍ୟ ମାନଙ୍କ ପ୍ରତି କୃପା କରୁଛନ୍ତି l ସତରେ ଆପଣଙ୍କ ପାଇଁ ଶବ୍ଦ ନାହିଁ ଏ ପତିତ ପାଖେ ଯେ ଆପଣଙ୍କ ବିଷୟରେ ବର୍ଣ୍ଣନା କରିବ l ଆପଣ ମହାନ ଗୁରୁଦେବ l ଆପଣ ପ୍ରଭୁପାଦଙ୍କର ଜୟପତାକା, କେବଳ ତାଙ୍କର ହିଁ ନୁହଁ ଭଗବାନଙ୍କର, ନିତାଇ ଗୌରାଙ୍ଗଙ୍କର ଓ ସମସ୍ତଙ୍କର ମଧ୍ୟ l ଆପଣଙ୍କ ଠାରୁ ବହୁ ପ୍ରେରଣା ମିଳେ ମତେ କେବଳ ମୁଁ ହିଁ ନୁହଁ ସବୁ ଭକ୍ତ ମାନେ ଆଉ ଭକ୍ତ ହିଁ କ'ଣ ଗୋଟେ ପାପୀ ଆତ୍ମା କୁ ମଧ୍ୟ ପ୍ରେରଣା ମିଳି ଯିବ l ଯେମିତି ଆପଣ ଏତେ ସବୁ ସହି ନିଜ ସେବା ରେ କେବେ ହେଲେ ଅବହେଳା କରନ୍ତି ନାହିଁ ମତେ ବି ଠିକ୍ ଏମିତି ଦୃଢ଼ତାର ସହ ସେବା କରିବାର ଅଛି ମହାରାଜ l ଦୟାକରି ଏ ପତିତ ଜୀବ କୁ ଏତିକି କୃପା କରନ୍ତୁ l ଆଉ ମୁଁ ଆଗାମୀ ଦିନରେ ରେ କେମିତି ଆପଣଙ୍କ ଶିଷ୍ୟା ହେଇପାରିବି ଏହା କୃପା କରନ୍ତୁ l ମତେ ଆପଣଙ୍କ ସେବା କରିବାର ଅଛି ଭଲ ଭାବରେ ଆଉ ସମସ୍ତ ଆଚାର୍ଯ୍ୟପାଦ ଭକ୍ତ, ଭଗବାନ ସମସ୍ତଙ୍କର l ତେଣୁ ଦୟାକରି ଆପଣଙ୍କ ଚରଣକମଳ ରେ ଏକ ଧୂଳିକଣା ସଦୃଶର ଆଶ୍ରୟ ଦିଅନ୍ତୁ l ମୋର ଆପଣଙ୍କ ଛଡା ଆଉ କେହି ନାହିଁ l ଯଦି ଆପଣ କରୁଣା ନ କରିବେ ତେବେ ମୁଁ ଶାନ୍ତି ରେ କେବେ ହେଲେ ବଞ୍ଚିପାରିବି ନାହିଁ l ସେଥିପାଇଁ ମତେ ଆପଣଙ୍କ ଆଶ୍ରୟ ଦରକାର ଆଉ ଯଦି ମୁଁ ଏମିତି ରହିଯିବି ତେବେ ମୁଁ ନିଜକୁ ଦୋଷ ଓ ନିନ୍ଦା ଦେଇ କାନ୍ଦି କାନ୍ଦି ମରିଯିବି l କ୍ଷମା କରିବେ ମତେ ଯଦି ଏହି କଥାରେ କିଛି ମୋର ଭୁଲ୍ ଥାଏ l ବାସ୍ ଶେଷରେ ଏତିକି କହିବି କି ଦୟାକରି ମୋ ପରିବାର ଲୋକଙ୍କ ପ୍ରତି କିଛି କୃପା କରି ଦିଅନ୍ତୁ ଯେମିତି ସେମାନେ ମଧ୍ୟ ଭକ୍ତି କରି ଏ ଭୌତିକ ଜଗତର ମାୟା କୁ ଭୁଲି ଯାଇ ସେବା କରିବେ l ଆପଣଙ୍କ କୃପା ରୁ ଯେତିକି ଯାହା ଚାଲିଛି ବହୁତ ମୋ ପାଇଁ ସେ ସବୁ l ଆପଣଙ୍କ ଏ ୠଣ ମୁଁ କେବେ ହେଲେ ଶୁଝି ପାରିବି ନାହିଁ ଗୁରୁଦେବ l ଆଉ ମତେ ଖାଲି କୃପା କରନ୍ତୁ ଏତିକି ଯେ ମୁଁ କେମିତି ଭଲ ଭାବରେ ଭକ୍ତି କରିବି ଆଉ ପ୍ରଚାର ଏବଂ ସେବା ମଧ୍ୟ କରି ପାରିବି l

 ବାସ୍ ଆଶୀର୍ବାଦ କରନ୍ତୁ ଯେ ମୁଁ ଆଉ ମୋ ପରିବାର ଆପଣଙ୍କ ଚରଣକମଳ ରେ ସେବା କରି ଭକ୍ତି ମାର୍ଗ ରେ ଆଗେଇ ପାରିବୁ l 

      ଶେଷରେ ଏତିକି କହିବି ଯଦି ଏଥିରେ କିଛି ତ୍ରୁଟି ଥାଏ ତେବେ ମତେ ଏକ ପତିତ ଭାବି କ୍ଷମା କରି ଦେବେ l 

ଆପଣଙ୍କର ଅତି ପତିତ ଏବଂ ଅଯୋଗ୍ୟ ଆକାଂକ୍ଷୀ ଶିଷ୍ୟା l କ୍ରି

କ୍ରିଷ୍ଣା (ମାତାଜୀ),

ଭୁବନେଶ୍ୱର, ଓଡିଶା